ଓଡ଼ିଶା ୟଙ୍ଗ୍ ଲ’ୟର୍ସ ଫୋରମ୍ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଭବ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ; ୧୯୦ ୟୁନିଟ୍ ରକ୍ତ ସଂଗୃହୀତ


​କଟକ:
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ୟଙ୍ଗ୍ ଲ’ୟର୍ସ ଫୋରମ୍ (Odisha Young Lawyers’ Forum) ପକ୍ଷରୁ କଟକସ୍ଥିତ ଓସିଏ (OCA) କନଫରେନ୍ସ ହଲ୍‌ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମୋଟ ୧୯୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।
​ଏହି ରକ୍ତଦାନ ଶିବିରକୁ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ଶ୍ରୀଯୁକ୍ତ ଶଶୀଭୂଷଣ ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଫୋରମ୍‌ର ସଭାପତି ଆଡଭୋକେଟ୍ ଡକ୍ଟର ବିପ୍ଲବ ଶିଳାଦିତ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
​ଏହି ସମାରୋହରେ ମାନ୍ୟବର ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍, ଓଡ଼ିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ASGI ଶ୍ରୀଯୁକ୍ତ ଅନୂପ ବୋଷ, ଓଡ଼ିଶା ଉଚ୍ଚନ୍ୟାୟାଳୟର ସରକାରୀ ଆଇନଜୀବୀ (Government Advocate) ଶ୍ରୀଯୁକ୍ତ କୈଳାସ କର, କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁବାସ ସିଂହ, ସମାଜସେବୀ ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ, ଶେଖ୍ କଲିମ୍ ଉଲ୍ଲା, ଶ୍ରୀଯୁକ୍ତ ରଞ୍ଜନ ନାୟକ, ସୁଶାନ୍ତ ବରାଳ, ସୌଭାଗ୍ୟ ଦେବଦାସ, ମନିଷା ବେହେରା, ପଦ୍ମାଳୟା ମହାପାତ୍ର, ଶ୍ରୀଯୁକ୍ତ ସନ୍ତୋଷ ଦାସ ଏବଂ ଶିଶିର ରଥଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
​ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଓଡ଼ିଶା ୟଙ୍ଗ୍ ଲ’ୟର୍ସ ଫୋରମ୍‌ର ସଦସ୍ୟ ଶିବ ଅଗ୍ରୱାଲ, ନିକୁଞ୍ଜ ଜେନା, ଅରିଜିତ୍ ରୌତରାୟ, HDFC ବ୍ୟାଙ୍କର ନିଶିକାନ୍ତ ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରଞ୍ଜିତ ପାତ୍ର, ଶ୍ରୀଯୁକ୍ତ ସୁଦୀପ ସାମଲ, ଆଡଭୋକେଟ୍ ଶୁଭରଞ୍ଜନ ରୌତରାୟ, ପ୍ରତୀକ ନାୟକ, ଅଭିଜିତ୍ ଦାସ, ସମର୍ପିତା ଦାସ, କେଦାର ସାରଙ୍ଗୀ, SBISA ର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, SBISA ର ସମ୍ପାଦକ ସନ୍ଦୀପ ବାବୁଲ, ବାପୁନି ସ୍ୱାଇଁ, ୟଶ୍ ଅଗ୍ରୱାଲ, ରାଜ ବିଜୟ, ଏଫ୍. ଏ. ଖାନ୍, ନାରାୟଣ ଜେନା, ଚନ୍ଦ୍ରକାନ୍ତ ଖଟୁଆ, ସତ୍ୟଜିତ୍ ଦାସ, ଲଳିତ ସ୍ୱାଇଁ, ଟୁନା ବେହେରା, ସତ୍ୟବ୍ରତ ମହାନ୍ତି, କର୍ଣ୍ଣେନ୍ ସତ୍ତାର, ରୋହିତ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *