ଜାତୀୟ କାଳିଗାଈ ଦିବସ

National Black Cow Day 🐃
10 June

ସବୁଜ ବିପ୍ଳବ ସ୍ବଚ୍ଛ ପରିବେଶ
ଧବଳ ବିପ୍ଳବ ସୁସ୍ଥ,
ସର୍ବ ଖାଦ୍ୟ ମଧ୍ଯେ କ୍ଷୀର ପାନୀୟ ଯେ’
ହୃଷ୍ଟପୁଷ୍ଟ ରହେ ସ୍ବାସ୍ଥ୍ୟ ।

କ୍ଷୀର ଖାଇବାକୁ ଆଗ୍ରହ ସଭିଁଏ
କରିଥା’ନ୍ତି ଗୋପାଳନ,
ଗୋସମ୍ପଦ ବଡ଼ ସମ୍ପଦ ଅଟଇ
ନନ୍ଦ ରାଜା ନିଦର୍ଶନ ।

ପ୍ରଭୁ ନାରାୟଣ କୃଷ୍ଣ ଅବତାରେ
ଗାଈ ଜଗାଳି ଭିଆଣ,
ପୃଥିବୀରେ ତୀର୍ଥ କ୍ଷେତ୍ର ଯେ’ ପବିତ୍ର
ଧାମ ଗୋପ ବୃନ୍ଦାବନ ।

ବିଭିନ୍ନ ରଙ୍ଗର ଗାଈ ପରିଦୃଷ୍ଟ
ହରିୟାନା ଶ୍ରେଷ୍ଠ ରାଜ୍ୟ,
କାଳିଗାଈ କ୍ଷୀର ମିଠା ଓ ମଧୁର
ଗୋମାତା ସର୍ବାଗ୍ରେ ପୂଜ୍ଯ ।

କାଳିଗାଈ କଥା ସ୍ୱର୍ଣ୍ଣିମ ଐତିହ୍ଯ
ପୂଜନରେ ଦଶା ଦୂର,
ଗୋରୁଗାଈ ଖାଦ୍ୟ କୁଣ୍ଡା ତୋରାଣି ତ
କୁଟା ଘାସ ଓ ପତର ।

କ୍ଷୀରରୁ ଉତ୍ପନ୍ନ ଦହି ଓ ମଖନ
ଶୁଦ୍ଧ ଓ ସ୍ବାଦିଷ୍ଟ ଘୃତ,
କ୍ଷୀର ସାହାଯ୍ଯରେ ନାନା ଜାତି ମିଠା
ଓଷା-ବ୍ରତ ମହକିତ ।

ଗାଈ ହମ୍ବାରଡ଼ି ସତେ ଶଙ୍ଖ ଧ୍ବନି
ଶ୍ରବଣେ ଦଶା ନିପାତ,
କଂସେଇକୁ ଯିଏ ଗୋରୁ ବିକ୍ରିକରେ
ତା’ ଜୀବନ ଅଭିଶପ୍ତ ।

ଗଙ୍ଗାଜଳ ତୁଲ୍ୟ ଗୋମୟ ପବିତ୍ର
ଗୋମୂତ୍ର ସୃଜେ ଔଷଧ,
ଗୋବୃଦ୍ଧ ମସ୍ତକେ ଗୋଚିନା ଗୋମେଦ
ଚର୍ମେ ପ୍ରସ୍ତୁତ ବାଇଦ ।

ଗୋବର ଗ୍ଯାସରୁ ବିଜୁଳି ଉତ୍ପନ୍ନ
ଘସି ଜାଳେଣି ସୁଲଭ,
ଗୋବର ପାଉଁଶ ଜୈବିକ କମ୍ପୋଷ୍ଟ
ସାର ମଧ୍ଯରେ ଦୁର୍ଲଭ ।

ଗୋସେବା ମହାନ ସୁକର୍ମ ସୁଧର୍ମ
ଶ୍ରେଷ୍ଠାଂଶେ ଯାଦବ କୁଳ,
ଦୋଳେ ଗୋପବନ୍ଧୁ ସାଥେ ଗୋପୂଜନ
ଗୋରୁ ବେକେ ଫୁଲମାଳ ।

ଜୁନ ମାସ ଦଶ ତାରିଖ ଜାତୀୟ
ଯେ’ କାଳିଗାଈ ଦିବସ,
ଗୋରସ ପାନୀୟ ଗୋସେବା ଆହ୍ବାନେ
କବି ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ
କୋଲକାତା

Leave a Reply

Your email address will not be published. Required fields are marked *