
ଚଣ୍ଡିଖୋଲ୧୦/୬(କ ବ୍ୟୁ) ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମ ବରଦା ପଞ୍ଚାୟତର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ଓ ସମିତି ସଭ୍ୟ ତଥା ଓଡ଼ିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ସଭ୍ୟ ବିଜୟ କୁମାର ଦାସ ( ୫୪) ଙ୍କରଗତ କାଲି ହୃଦଘାତରେ ପରଲୋକ ଘଟିଛି। ଗତକାଲି ରାତିରେ ରେ ଖାଇ ସାରି ଶୋଇଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପାର୍ଥିବ ଶରୀର ଗ୍ରାମାରେ ପହଞ୍ଚିଲା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା। ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଓ ରାଜନୈତିକ ବ୍ୟକ୍ତି ବିଶେଷ ତାଂକର ଶେଷ ଦର୍ଶନ କରିବା ସହିତ ତାଙ୍କ ଶବା ଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସ୍ବର୍ଗତ ବିଜୟ ୨୦୦୭ରୁ ୨୦୧୨ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ୩୬ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ, ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ମହେଶ୍ୱର ପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଓ ୨୦୧୭ରୁ ୨୦୨୨ପର୍ଯ୍ୟନ୍ତ ବ୍ରହ୍ମ ବରଦା ପଞ୍ଚାୟତର ସରପଞ୍ଚ ଦାୟିତ୍ୱରେ ଥାଇ ଜନସାଧାରଣ ଙ୍କର ବହୁ ଉନ୍ନତି ମୂଳକ କାର୍ଯ୍ୟ କରି ଲୋକ ମାନଙ୍କ ପ୍ରିୟ ଭାଜନ ହେଇଥିଲେ। ଯାଜପୁର ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ ଦଳ ପ୍ରତିଷ୍ଟା ଦିଗରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତାଙ୍କ ମର ଶରୀରକୁ ମହେଶ୍ୱର ପୁର, ବ୍ରହ୍ମ ବରଦା, ମଙ୍ଗରାଜ ପୁର ଆଦି ଗ୍ରାମ ପଞ୍ଚାୟତ ପରିକ୍ରମା କରାଯାଇ ଗ୍ରାମ ନିକଟସ୍ତ ବ୍ରାହ୍ମଣୀ ନଦୀ କୁଳରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ପୁତ୍ର ବିପ୍ଲବ ରୋଷନ୍ ଦାସ ମୁଖାଗ୍ନି ଦେଇଥିଲେ। ଆଜି ଯାଜପୁର ଜିଲ୍ଲା ଜନତା କଂଗ୍ରେସ୍ ଦଳର ପ୍ରତିଷ୍ଠାତା ସଭ୍ୟ ସଂଜୟ କୁମାର ରାୟ, ସୁରେଶ୍ ଚନ୍ଦ୍ର ସାହାଣୀ, ଦିଲ୍ଲୀପ କୁମାର ରାଉତ , ସେକ୍ ଆମ୍ରିଲ୍ ସେକ୍ ସାଇମା ପ୍ରମୁଖ ସ୍ବର୍ଗତ ବିଜୟ ଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହିତ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।