ଫିଫା ବିଶ୍ୱକପ ୨୦୨୨: ନକ୍‌ଆଉଟରେ ମରକ୍କୋ ଓ କ୍ରୋଏସିଆ, ବିଦା ହେଲେ ବେଲଜିୟମ ଓ କାନାଡ଼ା

କତାରରେ ଚାଲିଥିବା ଫିଫା ବିଶ୍ୱକପରୁ ବିଦା ହୋଇଛି ବିଶ୍ୱ ମାନ୍ୟତାର ୨ ନମ୍ବର ସ୍ଥାନରେ ଥିବା ବେଲଜିୟମ । ତା ସହିତ କାନାଡ଼ା ବି ବିଶ୍ୱକପରୁ ତାର ଯାତ୍ରା ଶେଷ କରିଛି । ଏପଟେ ବିଶ୍ୱକପରେ ନକ୍‌ଆଉଟରେ ପ୍ରବେଶ କରିଛନ୍ତି ମରକ୍କୋ ଓ କ୍ରୋଏସିଆ । ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‌ରେ ମରକ୍କୋ କାନାଡ଼ାକୁ ୨-୧ ଗୋଲରେ ହରାଇ ମୋଟ ୨ ବିଜୟରୁ ୭ ପଏଣ୍ଟ ହାସଲ କରି ନକ୍‌ଆଉଟରେ ପ୍ରବେଶ କରିଛି । ଅନ୍ୟପଟେ କ୍ରୋଏସିଆ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା । ଫଳରେ କ୍ରୋଏସିଆ ମୋଟ ୧ ବିଜୟ ଏବଂ ୨ ଅମୀମାଂସିତ ମ୍ୟାଚ୍‌ରୁ ୫ ପଏଣ୍ଟ ପାଇ ଏହି ପର୍ଯ୍ୟାୟକୁ ପ୍ରବେଶ କରିଛି । ଫିଫା ବିଶ୍ୱକପର ୨୦୧୮ ସଂସ୍କରଣର କାଂସ୍ୟ ବିଜେତା ବେଲଜିୟମ ଏହି ମ୍ୟାଚ୍‌ରୁ ତାର ବିଶ୍ୱକପ ଯାତ୍ରା ଶେଷ କରିଥିବା ବେଳେ କାନାଡ଼ା ଖାତା ଖୋଲି ନ ପାରି ବିଶ୍ୱକପରୁ ବାଦ ପଡ଼ିଛି ।

Leave a Reply

Your email address will not be published. Required fields are marked *