
ବାରିପଦା/ଉଦଳା(କ:ବ୍ଯୁ) ତା ୭/୧୧/୨୫ : – କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ତଥା ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ କପ୍ତିପଦା, ଉଦଳାଙ୍କ କାର୍ଯ୍ୟାଳୟ ପରିସରରେ
ଆଜି ପୂର୍ବାହ୍ନ ଘ.୯.୫୦ ମି. ସମୟରେ ଉକ୍ତ କାର୍ଯ୍ୟକ୍ରମ ଶ୍ରଦ୍ଧାର ସହିତ ପାଳିତ ହୋଇଯାଇଛି ।
ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, କର୍ମଚାରୀ ରମେଶ ପୃଷ୍ଟି, ରାଉତରାୟ ମୁର୍ମୁ, ନୀଳାମ୍ବର ସେନାପତି, ଶ୍ରୀତମ ମହାନ୍ତି, ତପୁ ରଂଜନ ପାତ୍ର, କୈଳାସ ଦନୈକ, ଭବାନୀ ଶଙ୍କର ପଣ୍ଡା, ଉଦୟ ଗୁନ୍ଦୁଆଳ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଉପରୋକ୍ତ ରାଷ୍ଟ୍ରୀୟ ଗୀତକୁ ଗାନ କରିଥିଲେ ।
ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଭକ୍ତ ରାଷ୍ଟୀୟ ଗୀତ ଗାନ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କର୍ମଚାରୀ, ସତ୍ୟପ୍ରକାଶ ପାତ୍ର, ଅଜିତ୍ ମହାପାତ୍ର ଏବଂ କରୁଣାକର ମହାନ୍ତ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)