
କଟକ : ଆସନ୍ତା ତା .୧୨.୧୧.୨୦୨୫ ରିଖ (ବୁଧବାର) ପ୍ରାତଃ ୮ ଘଟିକା – ସ୍ଵର୍ଗଧାମ ରେ ୨୦୦୬ ରୁ ୨୦୨୫ ମଧ୍ୟରେ ୬୦୦୦ ରୁ ଉର୍ଦ୍ଧ ସଂସ୍କାର ବ୍ୟକ୍ତି ବିଶେଷ ଙ୍କ ଚିତାଭସ୍ମ କୁ ସଂଗ୍ରହ କରାଯାଇ ଆଲହବାଦ ତ୍ରିବେଣୀ ସଂଗମ ପ୍ରୟାଗରାଜ ଠାରେ ବିସର୍ଜିତ କରାଯିବା ନିମନ୍ତେ ଆୟୋଜନ କରାଯାଇଅଛି |
ଏହି ପରିପ୍ରେକ୍ଷିରେ ମହାମନ୍ତ୍ର ଜପ ସହ ମଶାଲ ଶୋଭାଯାତ୍ରା ସକାଳ ୮ ଘଣ୍ଟା ରୁ ସ୍ଵର୍ଗଧାମ ଠାରୁ ବାହାରି କଟକ ସହର ର କେତେକ ଦେବାଦେବୀ ପୀଠ ( ରଣା ମା ମନ୍ଦିର ,ଖାନନଗର/ ଜଗନ୍ନାଥ ମନ୍ଦିର, ଚାନ୍ଦିନୀଚୌକ /କଟକ ଚଣ୍ଡୀ ମନ୍ଦିର / ଗଡଚଣ୍ଡୀ ମନ୍ଦିର)ଓ ଶେଷରେ ସମାଜ କାର୍ଯ୍ୟାଳୟ ଗୋପବନ୍ଧୁ ଙ୍କ ପ୍ରତିମୂର୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯବ| ସେହି ମଶାଲ ଶୋଭା ଯାତ୍ରା ସ୍ଵର୍ଗଧାମ ପହଞ୍ଚିବା ସହ ପ୍ରେସ ଛକ ଠାରୁ କିଛି ବାଟ ପଦ ଯାତ୍ରା ରେ ମହାମନ୍ତ୍ର ଜପ କରି ଅପରାହ୍ନ ୧୨.୫୦ରେ କଟକ ରେଳ ଷ୍ଟେସନ ରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରାଯିବା ନିମନ୍ତେ ଆୟୋଜନ କରାଯାଇଅଛି |
ଏହି ପରିପ୍ରେକ୍ଷିରେ ଶୋଭାଯାତ୍ରା କୁ ସଫଳ କରାଇବା ନିମନ୍ତେ କଟକ ସହର ବାସି ଙ୍କୁ ସ୍ଵର୍ଗଧାମ ସେବା ସମିତି ତରଫରୁ ଅନୁରୋଧ କରାଯାଉଅଛି |
ଏହି ଖବର ଦୈନିକ ପତ୍ରିକା ରେ ପୂର୍ବ ପ୍ରକାଶନ ନିମନ୍ତେ ଅନୁରୋଧ।