



ରାୟଗଡ଼ା-୧୭-୦୬-୨୦୨୫( ତପନ କାଡ୍ରାକା): କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ର ୧ ବର୍ଷ ର ବିକାଶ କାର୍ଡର ପ୍ରଚାର ପାଇଁ ଜୁନ ୧୭ ତାରିଖ ଦିନ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି ଗୁଡା ଏବଂ କାରୁବାଇ ଗ୍ରାମ ପଞ୍ଚାୟତ ବିକାଶ ବାହନ ରଥ ପରିକ୍ରମା କରିଥିଲା। ରାୟଗଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର ଙ୍କ ତତ୍ତ୍ୱାବଧାନରେ ବିକାଶ ବାହାନ ରଥ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲାକା, ରାଜ୍ୟ ଯୁବ ମୋର୍ଚ୍ଚା ଉପ ସଭାପତି ଶ୍ରୀ ନୀଳାଦ୍ରି ବିହାରି ପାତ୍ର, ରାୟଗଡ଼ା ଯୁବ ନେତା ତଥା ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଏବଂ ଏ ଅଂଚଳ ର ସମସ୍ତ ସରକାରୀ କର୍ମଚାରୀ ବୃନ୍ଦ ଓ ଜନସାଧାରଣ ଯୋଗଦେଇଥିଲେ। ପ୍ରତ୍ୟେକ ୱାଡରେ ମହିଳାମାନେ ପୁର୍ଣ୍ଣକୁମ୍ଭ ବାଢି, ହୁଳହୁଳି ଦେଇ ବନ୍ଦାପନା କରି ବିକାଶ ବାହନ ରଥକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସରକାରଙ୍କ ବିଭିନ୍ନ ବିକାଶ କାର୍ଯ୍ୟ ଓ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।