ପାଇଖାନା ଟାଙ୍କିରେ ଶ୍ବାସରୋଦ୍ଧ ହୋଇ ୪ ମୃତ

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଡାଲଗୁଡା ଗ୍ରାମରୀଙ୍କ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ନିର୍ମାଣଧୀନ ପାଇଖାନା ଟାଙ୍କିର କାର୍ଯ୍ୟ କରୁଥିବା ସମୟରେ ଖସି ୪ ଜଣ ଙ୍କ ମୃତ୍ୟୁ ଘଟିଛି । ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣଧୀନ ପାଇଖାନା ରେ କାମ କରୁଥିବା ବେଳେ କାଠ ଖସି ଯାଇ ଦୁଇ ଗୁରୁତର ହୋଇଯାଇଥିଲେ । ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟ ରେ ସେମାନଙ୍କ ଉପରେ ବି କାଠ ପଡିଯାଇଥିଲା । ଫଳରେ ୪ ଜଣ ଶ୍ବାସରୋଦ୍ଧ ହୋଇ ରହିଥିଲେ । ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ପହଁଚି ସମସ୍ତ ଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ସେଥିମଧ୍ୟରୁ ପ୍ରଥମେ ତିନି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁ ରେ ଭର୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ର ବି ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ଏମ.ସନ୍ତୁ , ଅମିର ଖୁରା, ତ୍ରିଲୋଚନ ଭତରା, ଲାଲୁ ରଣା କାମରା। ସମସ୍ତ ଙ୍କ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ବର୍ତ୍ତମାନ ଏହି ଦୁଃଖଦ ଘଟଣା ଘଟିବା ଫଳରେ ପଡାଲଗୁଡା ଗ୍ରାମ ତଥା ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *