
ଗଂଜାମ : ୨୮.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗଂଜାମ ବ୍ଲକ କାଇଁଚପୁର ପଞ୍ଚାୟତ ର ମାଳି ଜଗନ୍ନାଥ ପୁର ଗ୍ରାମରେ ବାବା ବାଲି ଲୋକନାଥ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ପଞ୍ଚାୟତ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ତଥା ସମାଜ ସେବୀ ଲିଙ୍ଗରାଜ ମହାପାତ୍ର (ସାନ) ଉଦ୍ଘାଟନ କରିଥିଲେ। ଏହି ଟ୍ରୁନାମେଣ୍ଟ ଫାଇନାଲ ମ୍ୟାଚ ମଙ୍ଗଳବାର ଉଦଯାପିତ ହୋଇଥିଲା । ଏଥିରେ ହୁମା ଟିମ୍ ଚାମ୍ପିୟନ ହୋଇଥିଲା । ଏହି ଫାଇନାଲ ମ୍ୟାଚ ରେ ହୁମା ଓ ମାଳି ଜଗନାଥପୁର ଟିମ୍ ମଧ୍ୟରେ ମ୍ୟାଚ୍ ହୋଇଥିଲା। ମାଳି ଜଗନାଥପୁର ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬୦ ରନ ରେ ୯ ଟି ୱିକେଟ୍ ହରାଇଥିଲେ । ପରବର୍ତ୍ତୀ ସମୟରେ ଏହାର ଜବାବରେ ୫ ଉଇକେଟ ହରାଇ ହୁମା ଟିମ୍ ୬୧ ରନ ହାସଲ କରି ବିଜୟୀ ହୋଇ ହୋଇଥିଲା। ଏହ ଟୁର୍ନାମେଣ୍ଟରେ ୮ଟି ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ମ୍ୟାଚ ୮ ଓଭର ଓ ଫାଇନାଲ ମ୍ୟାଚ ୧୦ ଓଭର ବିଶିଷ୍ଟ ହୋଇଥିଲା। ଏହି ମ୍ୟାଚ୍ ରେ ହୁମାର ଟିମ୍ ପକ୍ଷରୁ ନାରାୟଣ ସାହୁ ( ଗଞ୍ଜାମ ନାରୁ ) ନାମରେ ପରିଚିତ ସୁନ୍ଦର୍ ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ନାରାୟଣ ୨ ଓଭର ରେ ୪ ଟି ୱିକେଟ୍ ନେଇ ୨୪ ବଲ୍ ରେ ୪୩ ରନ କରି ମ୍ୟାନ୍ ଅଫ ଦି ସିରିଜ୍ ରେ ଗୋଟିଏ ସାଇକେଲ ପାଇଥିଲେ । ମ୍ମାଳି ଜଗନ୍ନାଥପୁର ଟିମ୍ର ବାବୁଙ୍କୁ ୪ ଟି ମ୍ୟାଚ୍ ରେ ୧୧ ଟି ୱିକେଟ୍ ନେଇ ବେଷ୍ଟ ବୋଲର ଭାବେ ସିଲ ପ୍ରଦାନ କରାଯାଇଥିଲା। ଏହି ଟ୍ରୁନା ମେଣ୍ଟ ରେ ୱିନାର୍ ଟିମ୍ କୁ ୮ ହଜାର ପ୍ରଦାନ କରାଯାଇଥିବା ବେଳେ ରନର୍ ଟିମ୍ କୁ ୬ ହଜାର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଟ୍ରୁନା ମେଣ୍ଟ ରେ ବାଲି ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବି. ବନମାଳୀ, ଭୁଭୁନି ରେଡ୍ଡୀ, ସମିତି ସଭ୍ୟ ଜୟକୃଷ୍ଣ ରେଡ୍ଡୀ, ଗ୍ରାମ୍ୟ କମିଟି ସଭାପତି କେ. ହରି ରେଡ୍ଡୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଚାମ୍ପିୟନ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ। ମାଳି ଜଗନ୍ନାଥପୁର ଟିମ୍ ରନର୍ସ ଅପ ହୋଇଥିଲା। ଏହି ଉଦଯାପିତ କାର୍ଯ୍ୟକ୍ରମ ରେ ଯୁବ ନେତାସୁନିଲ୍ କୁମାର୍ ସାହୁ ଓ ବାଦଲ କୁମାର ପ୍ରଧାନ,ବିକାଶ ଙ୍କ ସମେତ ଟୁର୍ନାମେଣ୍ଟକୁ କେ. ଇଲେୟା ରେଡ୍ଡୀ, ଏନ. ଜୟକୃଷ୍ଣ ରେଡ୍ଡୀ, ଏସ. ନୀଳକଣ୍ଠ ରେଡ୍ଡୀ, ଏସ.ରାଜୁ ରେଡ୍ଡୀ ପରିଚାଳନା କରିଥିଲେ।