)
ଢେଙ୍କାନାଳରେ ଛିଡୁଛି ବିଜେଡି ଆଉ ସଶକ୍ତ ହେଉଛି ବିଜେପି। ଜିଲ୍ଲାର ଚାରୋଟି ଯାକ ବିଧାନସଭା କ୍ଷେତ୍ରରେ ବିଜେଡିକୁ ପରାସ୍ତ କରି କ୍ଷେତ୍ର ଦଖଲ ପରେ ଏବେ ବିଜେପିର ଟାର୍ଗେଟରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି। ଏହି ପରିପ୍ରେକ୍ଷୀରେ ଆଜି ଆସ୍ଥା ଭୋଟରେ ପରାସ୍ତ ହୋଇଛନ୍ତି ସଦର ବ୍ଲକ ଅଧ୍ୟକ୍ଷା । ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ପଦ ହରାଇଛନ୍ତି। ଗଁଦିଆ ପରେ ସଦର ବ୍ଲକ ବିଜେଡି ହାତରୁ ଯିବା ପରେ ଦଳକୁ ଲାଗିଛି ଝଟକା । ଏଭଳି ସ୍ଥିତିରେ ଗଡ଼ ବଞ୍ଚାଇବା ପାଇଁ ଲାଗି ପଡ଼ିଛନ୍ତି ପୂର୍ବତନ ବିଜେଡି ବିଧାୟକ ସୁଧୀର ସାମଲ । ଘନ ଘନ ବୈଠକ କରି ଦଳ ନ ଛାଡିବାକୁ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଉଛନ୍ତି।