
ମହାକାଶ ବିଜ୍ଞାନରେ ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନ-ଇସ୍ରୋର ବିଶେଷ ଅବଦାନ ରହିଛି। ସ୍ପେସ୍ ଲଞ୍ଚ ଭେଇକିଲ ଠାରୁ ଆରମ୍ଭ କରି ମହାକାଶରେ କୃତ୍ରିମ ଉପଗ୍ରହ ଅବସ୍ଥାପନ କରିବାରେ ଇସ୍ରୋ ଯେକୌଣସି ବିକଶିତ ରାଷ୍ଟ୍ର ସହ ତୁଳନୀୟ।
ଅତି କମ୍ ଖର୍ଚ୍ଚରେ ନିର୍ଭରଯୋଗ୍ୟ ସ୍ପେସ୍ ଲଞ୍ଚ ଭେଇକିଲ୍, କୃତ୍ରିମ ଉପଗ୍ରହ ଆଦି ନିର୍ମାଣ ଓ ଏହାକୁ ମହାକାଶରେ ଅବସ୍ଥାପିତ କରିପାରିଛି। ଏହି କାରଣରୁ ଅନେକ ଦେଶ ସେମାନଙ୍କ ଉପଗ୍ରହଗୁଡ଼ିକ ମହାକାଶରେ ଅବସ୍ଥାପିତ କରିବା ପାଇଁ ଇସ୍ରୋର ସହାୟତା ଲୋଡ଼ିଥାନ୍ତି।
ଇସ୍ରୋ ଦ୍ବାରା ପ୍ରେରିତ ଉପଗ୍ରହ ଜଳବାୟୁ, ବନୀକରଣ, ଡିଜିଟାଲ ମ୍ୟାପ୍ ଭଳି ଅନେକ କ୍ଷେତ୍ରରେ ଭାରତର ବିକାଶ ଦିଗରେ ସହାୟକ ହୋଇ ଆସିଛି। ଇସ୍ରୋର ବିଭିନ୍ନ ମହାକାଶ ଜନିତ କାମର ସାମାଜିକ ଉନ୍ନତି ଅନେକ ପରିମାଣରେ ହୋଇପାରିଛି।
ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଇସ୍ରୋ ଖର୍ଚ୍ଚ କରୁଥିବା ପ୍ରତିଟି ଟଙ୍କା ବଦଳରେ ସମାଜର ଲୋକେ ଅଢ଼େଇ ଟଙ୍କା ମୂଲ୍ୟର ଲାଭବାନ ହୋଇପାରୁଛନ୍ତି। ଏହି କଥା କହିଛନ୍ତି, ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ। କର୍ଣ୍ଣାଟକର ଏକ ଆବାସିକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ସହ ବାର୍ତ୍ତାଳାପ ବେଳେ ସୋମନାଥ ଏହି କଥା ଉଲ୍ଲେଖ କରିଛନ୍ତି।