
କୋଇଡା (ରିପୋର୍ଟ୍: ସମ୍ବିତ୍ ଜେନା): କୋଇଡା ରେଂଜ ଅନ୍ତର୍ଗତ ଗୋପପୁର ସାହି, ଓଏମଏମ କ୍ୟାମ୍ପ ଏବଂ କାଦୋଡ଼ିହା ଗ୍ରାମ ରେ ଗତକାଲି ରାତି ରେ ନଅ ଟିକିଆ ହାତୀ ପଲ୍ଲ ଙ୍କ ଉପଦ୍ରବ ଦେଖିବାକୁ ମିଳିଛି I ମିଳିଥିବା ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତି ରେ ହାତୀ ଗୋପପୁର ସାହି ରେ ବସବାସ କରୁଥିବା ସୁନିତା ନାଏକ ଙ୍କ ଘର ଭାଙ୍ଗିବା ସହିତ ଘର ର ଆଶବାବପତ୍ର ଭାଙ୍ଗି ନଷ୍ଟ କରିବା ପରେ ଘରେ ଥିବା ଚାଉଳ ଖାଇଥିଲା I ସୁନିତା ଅଂଚଳ ରେ ଜଙ୍ଗଲୀ ହାତୀ ଉପଦ୍ରଵ କରୁଥିବା ଖବର ବିଷୟରେ ଅବଗତ ଥିବା ବେଳେ ଗତକାଲି ରାତିରେ ଦୁଇ ନାବାଳକ ଶିଶୁ ଙ୍କୁ ନେଇ ପଡୋଶୀ ଘରେ ଆଶ୍ରୟ ନେଇଥିବା ଯୋଗୁ ହିଁ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା କଥା ତାଙ୍କ ପ୍ରତିକ୍ରିୟା ରେ ସୂଚନା ଦେଇଛନ୍ତି I ଗତକାଲି ରାତିରେ ସମାନ ଢଙ୍ଗ ରେ ଓଏମଏମ କ୍ୟାମ୍ପ ରେ ରହୁଥିବା ଜନସନ ପୂର୍ତ୍ତୀ ଙ୍କ ଘର ଭାଙ୍ଗିବା ପରେ ହାତୀ ଘରେ ଥିବା ଚାଉଳ ଖାଇଥିବା ଜଣାପଡିଛି I କାଦୋଡ଼ିହା ଠାରେ ରେ ଅବସ୍ଥିତ ଡିପିଏସ ସ୍କୁଲ ର ପାଚେରୀ ଜଙ୍ଗଲୀ ହାତୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି I ଆଜି ସକାଳୁ ଘଟଣା ସମ୍ପର୍କ ରେ ଖବର ପାଇ କୋଇଡା ରେଞ୍ଜର ଗୌତମ ପ୍ରଧାନ ଓ ବନବିଭାଗ କର୍ମଚାରୀ ଏବଂ କୋଇଡା ଖ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ନାଏକ ଘଟଣା ସ୍ଥଳରେ ପହଂଚି କ୍ଷତିଗ୍ରସ୍ତ ପରିବାରବର୍ଗ କୁ ଚାଉଳ, ଆଳୁ, ଡାଲି ଏବଂ ପାଲ ପ୍ରଦାନ କରିବା ଓ ସରକାର ଙ୍କ ନିୟମ ଅନୁଯାଇ ଘର ମରାମତି ପାଇଁ ଅର୍ଥରାଶି ପ୍ରଦାନ କରାଯିବା ନେଇ ଆଶ୍ୱାସନା ଦେଇଛନ୍ତି I କୋଇଡା ଅଂଚଳ ରେ ଖଣି ଖନନ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଜଙ୍ଗଲୀ ହାତୀ ଖାଦ୍ୟ ଅନ୍ୱେଷଣ ରେ ଜନବସତି ମୁହାଁ ହେଉଥିବା ଅଂଚଳ ବାସୀ ମତ ପ୍ରକାଶ କରିଥିବା ବେଳେ ଅଂଚଳବାସୀ ଙ୍କ ମଧ୍ୟରେ କୋକୁଆ ଭୟର ପରିସ୍ଥିତି ସୃଷ୍ଟି ହୋଇଛି I