
ପାଟଣାଗଡ଼ (ରିପୋର୍ଟ: ଦୁର୍ଯ୍ୟୋଧନ ବର୍ଗେ):
ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ମନ୍ଦିର ଠାରେ ବୈଶାଖ ମେଳା ଉଦଯାପିତ ହୋଇଯାଇଛି | ଏହା ବୈଶାଖ ଚତୁର୍ଥଦଶୀ ଠୁ ଆରମ୍ଭ ହୋଇ ପୂର୍ଣମୀ ଦିନ ଲୋକେ ହରିଶଙ୍କର ର ପାପନାଶିନୀ ଝରଣରେ ବୁଡ଼ମାରି ଠାକୁର ଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଳି ବିଶ୍ୱାସ ରହିଛି | ଐତିହ୍ୟ କିମ୍ବଦନ୍ତୀ କୁହେ ଯେ ବହୁବର୍ଷ ପୂର୍ବେ କନ୍ଧ ସମ୍ପ୍ରଦାୟ ର ଯମୁନା କନ୍ଧୁଣି ଓ ତାଙ୍କ ସ୍ୱାମୀ ନିକଟ ଗନ୍ଧମାର୍ଦ୍ଧନ ପାହାଡ଼ କୁ ଆହାର ନିମନ୍ତେ କନ୍ଧା ଖୋଲିବାକୁ ଯାଇଥିଵା ବେଳେ ଭଗବାନ ଶିବ ବିଷ୍ଣୁ ଙ୍କୁ ପାଇଥିଲେ | ପରବର୍ତ୍ତୀ ସମୟ ରେ ଚହ୍ୱାନ ବଂଶ ର ରାଜା ବୟଲ ଦେବ ଯେତେବେଳେ ରାଜତ୍ୱ କରୁଥୁଲେ ସେହି ସମୟରେ ରାଣୀ ଦୁର୍ଲ୍ଲଭା ଦେବୀ ସ୍ବପ୍ନ ଦେଶ ଯୋଗୁଁ ତାଙ୍କ ଇଚ୍ଛା ରେ ରାଜା ଏଥି ଭବ୍ୟ ମନ୍ଦିର ର ନିର୍ମାଣ କରିଥିଲେ | ତେବେସେ ଦିନ ଠାରୁ ଆଜି ପ୍ରଯ୍ୟନ୍ତ ବୈଶାଖ ଚତୁର୍ଦଶୀ ମେଲା ଅନୁଷ୍ଠିତ ହୋଇଯାଇଛି l
ଅନ୍ୟ ପକ୍ଷରେ ହରିଶଙ୍କର ଙ୍କ କଥା ବସ୍ତୁ ଙ୍କୁ ନେଇ ମତବ୍ୟକ୍ତ ରଖନ୍ତି ଗବେଷକ ଅଭୟ ତ୍ରିପାଠୀ l
ଭଗବାନ ହରି ଓ ଶଙ୍କର ଙ୍କୁ ଦର୍ଶନ କରିବାକୁ ନିମନ୍ତେ ସୁଦୂର ଛତିଶଗଡ, ରାଇପୁର, ମଧ୍ୟ୍ୟପ୍ରଦେଶ ସମେତ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡି ପରିଲକ୍ଷିତ ଦେଖିବାକୁ ମିଳିଥିଲା ଏଥିନିମନ୍ତେ ଦେବତ୍ତର କମିଟି ପକ୍ଷରୁ ସଂଧ୍ୟା ରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ମାନ ସହ ନିମାବଜାର ଆୟୋଜନ କରାଯାଇଥିଲା |ଯାହା ଲୋକ ମାନଙ୍କୁ ମେଳା ଦେଖିବାରେ ଆହୁରି ବିମହିତ କରିଥିଲା ।
lପୌରାଣିକ ମତ୍ତ ରେ ତ୍ରେତୟା ଯୁଗରେ ଲକ୍ଷ୍ମଣ ଶକ୍ତି ଭେଦ ସମୟରେ ଶ୍ରୀରାମ ଭକ୍ତ ହନୁମାନ ରୁ ସଂଜୀବନୀ ଚିନ୍ନି ନ ପାରି ହିମାଳୟ ପର୍ବତ କୁ ଆଣି ଏଠି ରହିବାର ଓ ପଞ୍ଚୁ ପାଣ୍ଡଵ ଙ୍କ ଅଗ୍ନ୍ୟାତ ବନବାସ ଭୀମ ଗୁମ୍ଫାଏହାର ପ୍ରମାଣ ଦେଖିବାକୁ ମିଳେ l ଯାହାକି ପର୍ବତ ଶିଖର ଉପରେ ଭୀମ ଙ୍କ ଗୁମ୍ଫା ରେ ସେହି ସମୟ ରେ ଭୀମ ଙ୍କ ଏକ ପଥର ଗୋଲା (ବାଟି ) ଲୋକଙ୍କ ବଳ କସା ଦେଖିବାକୁ ମିଳେ, ସେହିପରି ସେହି ସ୍ଥାନ ରେ ଥିବା ଭୀମ ଙ୍କ ଚନ୍ଦନ କୁ ନେଇ ମାଖିଲେ ଚର୍ମ ରୋଗ ମଧ୍ୟ ଦୂର ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l – ଭୀମ ଗୁମ୍ଫା ପୂଝରୀ
ସେହିପରି ବଲାଙ୍ଗୀର ଜ଼ିଲ୍ଲା ର ଗୋଟିଏ ପଟେ ପ୍ରସିଦ୍ଧ ହରିଶଙ୍କର ଓ ବରଗଡ଼ ଜ଼ିଲ୍ଲା ର ଅନ୍ୟପଟେ ନୃସିହାନାଥ ରହି ଥିବାରୁ ନୃସିଂହ ନାଥ ରୁ ହରିଶଙ୍କର ଓ ହରିଶଙ୍କର ରୁ ନୃସିହାନାଥ କୁ ହଜାର ହଜାର ଭକ୍ତ ନିଜ ର ପୁଣ୍ୟ ଅର୍ଜନ କରିବା ପାଇଁ ଆବାଳ ବୁଦ୍ଧ ବନିତା 18 କିମି ପାହାଡ଼ ଚଢ଼ି ଅତିକ୍ରମ କରିଥାନ୍ତି l ଦିନ ରାତି ହଜାର ହଜାର ଭକ୍ତ ଙ୍କ ଭିଡ ଯୋଗୁଁ ଲୋକେ ରାତ୍ରିରେ ମଧ୍ୟ ପର୍ବତ ଶିଖର ମଧ୍ୟ ଶୋଇ ଥାନ୍ତି l ଗନ୍ଧମାର୍ଦ୍ଧନ ପାହାଡ ରେ ଔଷଧୀୟ ଗୁଳ୍ମ ଯୋଗୁଁ ଏଠି ରାତ୍ରି ଜାପାନ କଲେ ଶରୀର ନିରୋଗୀ ରହିଥାଏ l ରାତ୍ରି ଜାପାନ ସମୟ ଗ୍ରୀଷ୍ମ କାଳରେମଧ୍ୟ ରାତ୍ରୀରେ ପ୍ରବଳ ଥଣ୍ଡା ଯୋଗୁଁ ଭକ୍ତ ଙ୍କ ନିଆଁ ଜଳେଇ ଶରୀର ରେ ତାପ ଅନୁଭବ କରିବା ନଜର କୁ ଆସିଛି l