ମହିଳାଙ୍କୁ ବଳାତ୍କାର ଘଟଣା: ଝିଅର ତିନିଦିନିଆ ଶୁଦ୍ଧିରେ ବାପା ଚାଲିଗଲେ ଆରପାରିକୁ!!!


ଜୟପାଟଣା (ରିପୋର୍ଟ: ଶେଷ ଦେବ ବେହେରା)
ଶୋକରେ ଭାଙ୍ଗି ପଡ଼ିଥିବା ଜାମ ଚୁଆ ଗାଁ ଏବେ ସମ୍ପୂର୍ଣ୍ଣ ନିସ୍ତବ୍ଧ ପାଲଟି ଯାଇଛି| ଗୋଟିଏ ଘରୁ ଗତ ମଙ୍ଗଳବାର ଦିନ ଯୌନ ବଳାତ୍କାର କୁ ହଜମ କରି ନ ପାରି ବିଷ ପାନ କରି ଆତ୍ମହତ୍ୟା କରିଥିବା ପୂର୍ଣ୍ଣମୀ ର ତିନିଦିନିଆ ନ ହେଉନୁ ଗୁରୁବାର ରାତିରେ ତାରି ବାପା କରନ ମାଝୀ ଙ୍କ ଅସ୍ବଭାବିକ ମୃତ୍ୟୁ ପରିବାର ପାଇଁ ଯେତିକି କଷ୍ଟ ଦାୟକ, ସେତିକି ପରିମାଣ ରେ ଗାଁ ଟା ମଧ୍ୟ ପ୍ରଭାବିତ | ଶୁକ୍ରବାର ଦିନ ପୂର୍ଣ୍ଣମୀ ର ଶ୍ଵଶୁର ଘର ଟୀଙ୍ଗୋ ପଖାନ୍ ଅନ୍ତେଷ୍ଟି ସରିବା ପରେ ତିନିଦିନିଆ ଶୁଦ୍ଧି ପାଇଁ ପ୍ରସ୍ତୁତି ଚୂଡାନ୍ତ କରାଯାଇ ଥିଲା | ଦାଦନ ଖଟିବାକୁ ଅନ୍ୟତ୍ର ଯାଇଥିବା ମୃତା ର ସ୍ଵାମୀ ଉମା ମାଝୀ ମଧ୍ୟ ଘରକୁ ଫେରି ଥିଲା | ଶୁକ୍ରବାର ସକାଳୁ ପୂର୍ଣ୍ଣମୀ ର ବାପା, ମା, ଓ ଦୁଇଭାଇ ଶୁଦ୍ଧି ରେ ଯୋଗ ଦେବାର ଥିଲାb| କିନ୍ତୁ ବିଧି ର ବିଧାନ ଭିନ୍ନ ଥିଲା | ସନ୍ଧ୍ୟା ରେ ପୂର୍ଣ୍ଣମୀ ର ବାପା ଘରୁ ବାହାରି ଆଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ବହୁତ୍ ଖୋଜା ଖୋଜି କରିଥିଲେ | ଶେଷରେ ଘର ଅଳ୍ପ ଦୂରେ ରହିଥିବା ପୋଖରୀ କୁଳରୁ କରନ କୁ ମୂମୂର୍ଷ ଅବସ୍ଥାରେ ଉଦ୍ଧାର କରିଥିଲେ | କିଛି ସମୟ ପରେ ତାରି ପ୍ରାଣବାୟୁ ଚାଲି ଯାଇଥିଲା |ଅସାମାଜିକ ଅରୁଣ ମାଝୀ ର ପୂର୍ଣ୍ଣମୀ ସାଙ୍ଗରେ ଘଟାଇ ଥିବା ବଳାତ୍କାର ଘଟଣା ତିନିଦିନ ମଧ୍ୟରେ ଦୁଇଟି ଜୀବନ କୁ ଲିଭାଇ ଦେଲା | ଏବେ ଅଭିଯୁକ୍ତ ଅରୁଣ ଜେଲ୍ ଭିତରେ ବୋଲି ସୂତ୍ରରୁ ଜଣା ପଡ଼ିଛି | ଜୟପାଟଣା ବ୍ଲକ ଅନ୍ତର୍ଗତ ଜାମ ଚୁଆ ଗ୍ରାମର କରନ ମାଝୀ ଙ୍କ ଝିଅ ପୂର୍ଣ୍ଣମୀ ନିକଟ ତିଙ୍ଗୋ ପାଖାନ ଗ୍ରାମର ଉମା ମାଝୀ କୁ ତିନିବର୍ଷ ତଳେ ବିବାହ କରିଥିଲେ | ଉମା ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଇଥିବା ବେଳେ ଗ୍ରାମର ଅରୁଣ ମାଝୀର ପାଶବିକ ଆଖି ପୂର୍ଣ୍ଣମୀ ଉପରେ ପଡିଥିଲା | ଦିନେ ନିରୋଳା ର ସୁଯୋଗ ନେଇ ପୂର୍ଣ୍ଣମୀ କୁ ଘରୁ ଟେକି ନେଇ ଏକ ଗ୍ରାମ ସଂଲଗ୍ନ ଜଙ୍ଗଲ ମଧ୍ୟରେ ବଳାତ୍କାର କରିବା ସହିତ ଘଟଣା ପ୍ରଘଟ କଲେ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିଲା |ଗତ କିଛି ଦିନ ତଳେ ପୂର୍ଣ୍ଣମୀ ବାପା ଘରକୁ ଆସି ପରିବାର ଲୋକଙ୍କ ପାଖରେ ସବୁକିଛି ବର୍ଣ୍ଣନା କଲାପରେ ଜୟପାଟଣା ଥାନାରେ ପୂର୍ଣ୍ଣମୀ ଏକ ଲିଖିତ ଅଭିଯୋଗ କରିଥିଲା | କିନ୍ତୁ ପରଦିନ ଅଭିଯୋଗ କାରିଣୀ ବିଷ ପାନ କରି ଆତ୍ମହତ୍ୟା କରିଦେଇଥିଲା | ଶୁକ୍ରବାର ସ୍ଵାମୀ ଘରେ ପୂର୍ଣ୍ଣମୀ ର ତିନିଦିନିଆ ଶୁଦ୍ଧି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟ ପଟେପୂର୍ଣ୍ଣମୀ ର ବାପା ଙ୍କ ଅସ୍ବାଭାବିକ ମୃତ୍ୟୁ ପୁଣି ସମସ୍ତଙ୍କୁ ଚହଲାଇ ଦେଲା |ଏବେ ଜୀବନ ଯୁଦ୍ଧରେ ବଳାତ୍କାର ହେଲାପରେ ଜୀବନ ହାରି ଥିବା ପୂର୍ଣ୍ଣମୀ ର ବାପା ମଧ୍ୟ ଲୋକ ଲଜ୍ଜ୍ୟା କୁ ସହି ନ ପାରି ଆରପାରି କୁ ଚାଲି ଯିବା ଘଟଣା ସମସ୍ତଙ୍କୁ ଚହଲାଇ ଦେଲା | ପୋଲିସ ଗଲା, ଶବ ଜବତ ହେବା ସହ ବ୍ୟବଚ୍ଛେଦ ମଧ୍ୟ ହେଲା |କିନ୍ତୁ ଏହି ଘଟଣା ବଳାତ୍କାର ଘଟାଉ ଥିବା ଅସାମାଜିକ ମାନଙ୍କ ପାଇଁ ଓ ଆଇନ କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାର ବେଳ ଆସିଛି|

Leave a Reply

Your email address will not be published. Required fields are marked *