
ପାଇକମାଳ (ରିପୋର୍ଟ: ବଂଶିଧର ନାୟକ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ରେ ବରଗଡ଼ ଜିଲ୍ଲା ପାଇକମାଳ ନୃସିଂହନାଥ ଠାରେ ନୃସିଂହ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି।
ପଶ୍ଚିମ ଓଡିଶାର ଶ୍ରେଷ୍ଠ ତୀର୍ଥ ସ୍ଥଳୀ ବୈଶାଖ ମେଳା ନା ରେ ପଶ୍ଚିମ ଓଡ଼ିଶାର ଗୌରବରେ ଭାରତ ତଥା ବିଦେଶରେ ପ୍ରସିଦ୍ଧ ହୋଇଛି l ପୂରାଣରେ ଏହାର ନା ଅନେକାଂଶରେ ବର୍ଣିତ ଅଛି l ରାମାୟଣରେ ସୂଚନା ଅଛି କି ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିଥିଲା ଏଇ ତୀର୍ଥସ୍ଥଳୀ ନୃସିଂହ ନାଥ l ଏହି ମେଳାରେ ତିନିଦିନ ଜନ ସମୁଦ୍ରର କୋଳାହଳରେ ଲହରୀ ମେଦିନୀ ପ୍ରକମ୍ପିତ ହୋଇଉଠେ l ସବୁ ବର୍ଷ ଭଳି ଏଇ ବର୍ଷରେ ନୁଆଁ ଜିନିଷ ଦେଖିବାକୁ ମିଳିଥିଲା ତାର ଅନ୍ତିମ ଦିନରେ, ତାହା ଡି 198ବେଟାଲିୟନ ଟିମ ଓ ପୋଲିସ ପକ୍ଷରୁ ତୀର୍ଥ ଯାତ୍ରୀଙ୍କ ପାଇଁ ଥଣ୍ଡା ସରବତ ଓ O R S ପାଣି ବଣ୍ଟନରେ ତୃଷାର୍ତ୍ତ ଗହଳି ଦେଖାଯାଇଥିଲା l ତାସହିତ କୁଲତା ସମାଜ ତରଫରୁ ଅନ୍ନଛତ୍ର ବ୍ୟବସ୍ଥା କରାଯାଇ ତାସହିତ ବିଭିନ୍ନ ସ୍ଵେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ଅନ୍ନଛତ୍ର ପାନି ଜଳ ବ୍ୟବସ୍ଥା କରାଯାଇଥିଲ। ।