
ରାୟଗଡା (ତପନ କାଡ୍ରାକା) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଅଧିନସ୍ଥ ଗାଡ଼ି ଶେଷ ଖାଲ ପଞ୍ଚାୟତ ଅନ୍ତର୍ଗତ ମାଉଡିଗୁଡା ଗ୍ରାମରେ ଆଦିବାସୀ ବୃଦ୍ଧ ପିତାମାତାଙ୍କୁ ଅଣ ଆନୁଷ୍ଠାନିକ ଭାବେ ଶୀତବସ୍ତ୍ର ଓ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମର ଭଦ୍ରବ୍ୟକ୍ତି ଗୋପିନାଥ ମିଣିଆକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଠିକ୍ ରୂପେ ତୁଲାଇ ଥିଲେ। ସେବା ନିବୃତ୍ତ ଶିକ୍ଷକ ଜୟଦେବ ସିଠଙ୍କ ଆଗ୍ରହ ପ୍ରଚେଷ୍ଟା ଓ ତ୍ରିନାଥ ମହାରଣା ସାର୍ ଙ୍କ ସହଯୋଗ ଦ୍ବାରା ଶୀତ ବସ୍ତ୍ର ଓ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା। ଚାଳିଶା ପଠନର ଉପାଦେୟତା ଦର୍ଶାଯାଇଥିଲା ଓ ସବୁ ପଢ଼ିବା ପାଇଁ ପ୍ରେରଣା ଦେବା ସହ ଅନ୍ଧବିଶ୍ୱାସଠାରୁ ଦୂରରେ ରହିବା, ବିଧର୍ମୀ ଆସିଲେ ସମ୍ମୁଖୀନ ହେବା, ବାଡ଼ି ବଗିଚାରେ ବେଲ ତୁଳସୀ ଅଁଳା ଗଛ ଲଗାଇବା ସହ ନିୟମିତ ଯତ୍ନ ନେବା। ବର୍ଜ୍ୟ ପାନୀୟ ତ୍ୟାଗ କରିବା, ଗୋ ମାତାଙ୍କ ସୁରକ୍ଷା ସହ ସେବା କରିବା, ଆଧ୍ୟାତ୍ମିକ ଚିନ୍ତା ଚେତନାରେ ଜୀବନକୁ ସୁଖମୟ କରିବା। ସର୍ବୋପରି ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ ହୋଇ ସମାଜ ସୁଧାର ଆଣିବା ପାଇଁ ଯତ୍ନଶୀଳ ହେବା। ସନାତନ ଧର୍ମର ସୁରକ୍ଷା ଆମର ଧେୟ । କୃଷିକ୍ଷେତ୍ରରେ ଜୈବିକ ସାର ବ୍ୟବହାର କରିବା ଇତ୍ୟାଦି ଉପାଦେୟ ଆଲୋଚନା ପରେ ଭାରତମାତା କି ଜୟ ଓ ଜୟ ଜଗନ୍ନାଥ,ଜୟ ଶ୍ରୀରାମ ଧ୍ୱନି କରାଇଥିଲେ। ତତ୍ ପରେ ଗ୍ରାମର ବିଦ୍ୟାଳୟକୁ ଯାଇ ସମିତିଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହେମନ୍ତ ବେନିଆ ବେହେରା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପିଲାମାନଙ୍କ ସହିତ ଶୈକ୍ଷିକ ଶିକ୍ଷଣ କାର୍ଯ୍ୟ ବୌଦ୍ଧିକ ସ୍ତରରେ କରିବା ପରେ ଗୋପିନାଥ ମିଣିଆକା ଧନ୍ୟବାଦ ଦେଇଥିଲେ। ଖୁସି ଲାଗିଲା ସେ ଗ୍ରାମରେ ଜୟଦେବ ସିଠଙ୍କ ଛାତ୍ର ଶ୍ରୀ ବଳରାମ ମିଣିଆକା ଯେ କି ରାଜସ୍ବ ନିରୀକ୍ଷକ ଓ ଛାତ୍ରୀ ପ୍ରମିଳା ମିଣିଆକା କଲେଜ ଅଧ୍ୟକ୍ଷା ଭାବରେ ସରକାରୀ ଚାକିରିରେ ନିୟୋଜିତ।ଅନ୍ତେ ପାରସ୍ପରିକ ସମ୍ପର୍କ ବଢାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।