

ପାରାଦୀପ : ପାରାଦୀପ ବୃନ୍ଦାବନ କଲୋନୀ ଗୋପାଳ ଜୀଉ ମନ୍ଦୀର ରେ ଗତ ରାତିରେ ବଡ ଧରଣ ର ଚୋରି ହୋଇଥିବା ଜଣା ଯାଇଛି l ଯାହାକି ଏହି ମନ୍ଦୀର ଶିବ ମନ୍ଦିର ନାମରେ ୧୯୬୩ ମସିହାରୁ ଅଦ୍ୟାବଧି ଚାଲି ଆସୁଥିବା ବେଳେ କେବେ କୌଣସି ଦୀନ ଏ ଭଳୀ ଅଭାବ ନିୟ ଘଟଣା ଦେଖିବାକୁ ମିଳିନଥିଲା ଯାହା ଗତ ରାତିରେ ଦୃର୍ବୁତ୍ତ ମାନେ ଘଟାଇ ଛନ୍ତୀ l ଏମିତିକି ବିଳମ୍ବିତ ରାତ୍ରୀରେ ତିନୋଟିମନ୍ଦୀର ର ତାଲା ଭାଙ୍ଗି ଦୃର୍ବୁତ୍ତ ମାନେ ଠାକୁର ଙ୍କର ଦଶ ଟି ମୁକୁଟ ଚୋରି କରି ନେଇ ଥିବା ବେଳେ ଭକ୍ତ ଶ୍ରାଦ୍ଧକୁ ମାନେ ଠାକୁର୍ ଙ୍କ ଲାଗି ଦେଇଥିବା ଉପହାର ସୋରୁପ୍ ରୂପାର ହାର ତ୍ରିଶୂଳ ରୂପା ପିତଳ ଅନ୍ୟାନ୍ୟ ବହୁ ସାମଗ୍ରୀ ଚୋରି କରି ନେଇ ଥିବା ବେଳେ ଏସବୁ ଜିନିଷର ଆନୁମାନିକ ମୁଲ୍ୟ କୋଡ଼ିଏ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ଯାଇଛି l ମନ୍ଦିର ଟ୍ରଷ୍ଟ ର ସଭାପତି ପ୍ରଶାନ୍ତ ରାଉତୁ କହିଥିବା ବେଳେ ଏ ନେଇ ପାରାଦୀପ ଆଦର୍ଶ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣା ଯାଉଛି l ପରେ ଆଦର୍ଶ ଥାନା ର ଭାରାପ୍ରାପ୍ତ ଅଧିକାରୀ ସାଇଣ୍ଟ ଫିକି ଟିମ ଶହ ମନ୍ଦୀର ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ଜଣା ଯାଇଛି l ମନ୍ଦିର ନିକଟର ଥିବା ସିଶି ଟିଭି ଫୁଟେଜ ଯାଞ୍ଚ ଚାଲିଥିବା ବେଳେ ଦୃର୍ବୁତ୍ତ ମାନଙ୍କୁ ଧରଜାଇ ନାହିଁ l ମନ୍ଦିର ପୂଜକ କହିବା ଅନୁଯାୟୀ ଭୋର୍ ଚାରୀ ଟାରୁ ମନ୍ଦୀର ରିତି ନୀତି କରିବା ପାଇଁ ଆସି ଦେଖିବାକୁ ପାଇଲେ ତିନିଟି ମନ୍ଦୀର ର ତାଲା ଭଙ୍ଗା ଯାଉଛି ପେରେ ବଡ ନାନା ପୂଜକ ଙ୍କୁ ଜଣାଇ ବା ପେରେ ମନ୍ଦୀର ସଭାପତି ସହ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇ ଥିଲେ l ଭକ୍ତ ମାନଙ୍କ ଭାବା ବେଗକୁ ଦୃର୍ବୁତ୍ତ ମାନେ କୁଠାର ଘାତ କରିଥିବା ନେଇ ସାଧାରଣ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲ୍ଟିଛି l ଦେଖିବାକୁ ରହିଲା ଏହି ଦୃର୍ବୁତ୍ତ ମାନେ କେବେ ଧାରା ପଡ଼ିବେ ଓ ଚୋରି ସାମଗ୍ରୀ ଉଧାର ହେବ l